ଡନୋରୁବିସିନ
Clinical data | |
---|---|
Trade names | Cerubidine, others |
AHFS/Drugs.com | monograph |
MedlinePlus | a682289 |
Pregnancy category |
|
Routes of administration | Exclusively intravenous. Causes severe necrosis if administered intramuscularly or subcutaneously |
ATC code | |
Legal status | |
Legal status |
|
Pharmacokinetic data | |
Metabolism | Liver |
Elimination half-life | 26.7 hours (metabolite) |
Excretion | Biliary and urinary |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.040.048 |
Chemical and physical data | |
Formula | C27H29NO10 |
Molar mass | 527.52 g/mol 563.99 g/mol (HCl salt) |
3D model (JSmol) | |
| |
| |
(verify) |
ଡନୋରୁବିସିନ (ଇଂରାଜୀ ଭାଷାରେ Daunorubicin, ଅନ୍ୟ ନାମ ଡନୋମାଇସିନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କର୍କଟ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଆକ୍ୟୁଟ ମାୟେଲଏଡ ଲିଉକେମିଆ, (acute myeloid leukemia ବା AML) ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ (acute lymphocytic leukemia ବା ALL), କ୍ରନିକ ମାୟେଲୋଜେନସ ଲିଉକେମିଆ (chronic myelogenous leukemia ବା CML) ଓ କାପୋସି ସାର୍କୋମା (Kaposi's sarcoma) । ଏହା ଶିରାଭ୍ୟନ୍ତର ଇଞ୍ଜେକସନ injection into a vein ଆକାରରେ ଦିଆଯାଏ । ଏହାର ଅନ୍ୟ ଏକ ଲାଇପୋସୋମାଲ ମିଶ୍ରଣ ଉପଲବ୍ଧ ଅଛି ଯାହାର ନାମ ଲାଇପୋସୋମାଲ ଡନୋରୁବିସିନ (liposomal daunorubicin) ।[୧]
ଡନୋରୁବିସିନର ପ୍ରତିକ୍ରିୟା ହେଲେ କେଶହାନୀ, ବାନ୍ତି, ଅସ୍ଥିମଜ୍ଜା ଦମନ (bone marrow suppression) ଓ ପାଟି ଭିତର ପ୍ରଦାହ ହୋଇପାରେ । ସାଂଘାତିକ ପ୍ରତିକ୍ରିୟା ହେଲେ ହୃଦ୍ରୋଗ ଓ ତନ୍ତୁ ମୃତ୍ୟୁ (tissue death) ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି ସାଧନ କରିପାରେ । [୧]ଏହା ଆନ୍ଥ୍ରାସାଇକ୍ଲିନ (anthracycline) ଶ୍ରେଣୀର ଏକ ଔଷଧ । [୨] ଆଂଶିକ ଭାବରେ ଏହା ଟୋପୋଆଇସୋମରେଜ ୨ର (topoisomerase II) କାର୍ଯ୍ୟକୁ ଅବରୋଧ କରି ନିଜେ କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୭୯ରେ ଡନୋରୁବିସିନ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୨୦ ମି:ଗ୍ରା: ଭାଏଲର ହୋଲସେଲ ମୂଲ୍ୟ ୫.୭୯ରୁ ୩୭.୧୮ ଆମେରିକୀୟ ଡଲାର ।[୪] ଏହି ପରିମାଣର ଔଷଧର ମୂଲ୍ୟ ଇଂଲଣ୍ଡରେ ପ୍ରାୟ ୫୫ ପାଉଣ୍ଡ ।[୨] ପ୍ରଥମେ ଏହା ସ୍ଟ୍ରେପ୍ଟୋମାଇସେସ ଟାଇପର ଜୀବାଣୁଠାରୁ ପୃଥକ କରାଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "daunorubicin hydrochloride". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 581-583. ISBN 9780857111562.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Daunorubicin". International Drug Price Indicator Guide. Retrieved 8 December 2016.[permanent dead link]
- ↑ Lin, Guo-Qiang; You, Qi-Dong; Cheng, Jie-Fei (2011). Chiral Drugs: Chemistry and Biological Action (in ଇଂରାଜୀ). John Wiley & Sons. p. 120. ISBN 9781118075630.