କେଶା
କେଶା | |
---|---|
ଜନ୍ମ | କେଶା ରୋଜ୍ ସେବେର୍ତ୍ ୧ ମାର୍ଚ୍ଚ ୧୯୮୭ ଲୋସ୍ ଅଞ୍ଜେଲେସ୍, କାଲିଫର୍ନିଆ, ଯୁକ୍ତରାଷ୍ଟ୍ର ଆମେରିକା |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ପିତାମାତା | ପେବେ ସେବେର୍ତ୍ (ମାଆ)[୧] |
ୱେବସାଇଟ | keshaofficial |
କେଶା ରୋଜ୍ ସେବେର୍ତ୍ (/ˈkɛʃə roʊz ˈsiːbərt/ KESH-Ə-_-ROHZ-_; (ଜନ୍ମ" ୧ ମାର୍ଚ୍ଚ ୧୯୮୭); ଜଣେ ଆମରିକାର କଣ୍ଠଶିଳ୍ପୀ, ଗୀତିକାର ଏବଂ ଅଭିନେତ୍ରୀ, ଯିଏକି କେଶା ଭାବରେ ପରିଚିତା । ୨୦୦୫ରେ ମାତ୍ର ୧୮ ବର୍ଷ ବୟସରେ କେଶା କେମୋସବେ ରେକର୍ଡ଼ସ୍ ପାଇଁ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।[୨] ୨୦୦୯ର ପ୍ରଥମ ଭାଗରେ କେଶାଙ୍କୁ ତାଙ୍କର ପ୍ରଥମ ବଡ଼ ସଫଳତା ମିଳିଥିଲା ।[୩] ଯେତେବେଳେ ସେ ଆମେରିକାର ରାପର୍ ଫ୍ଲୋ ରିଡାଙ୍କ ସହ ଏକ ଗୀତ ରାଇଟ୍ ରାଉଣ୍ଡରେ କାର୍ଯ୍ୟ କରିଥିଲେ, ସେତେବେଳେ କେଶା ଅଧିକ ଲୋକପ୍ରିୟତା ପାଇଥିଲେ ।[୪][୫]
କେଶାଙ୍କର ଗୀତ ଏବଂ ତାଙ୍କ ପାଇଁ ତାଙ୍କର ପ୍ରଥମ ଆଲବମ୍ ଆନିମାଲ୍ ୨୦୦୯ ଏବଂ ୨୦୧୦ରେ ଅନେକ ଦେଶରେ ବହୁଳ ସଫଳତା ପାଇଥିଲା । ଏହା ପରେପରେ ସେ ଆଉ ତିନୋଟି ଆଲବମ୍ରେ ଏକା ହିଁ କାମ କରିଥିଲେ ।[୬] ଏହି ଆଲବମ୍ଗୁଡ଼ିକ ହେଲା ଟିକ୍ ଟକ୍, ଉଇ ଆର୍ ହୁ ଉଇ ଆର୍ ଏବଂ ଟିମ୍ବର୍ । ଟିମ୍ବର୍ରେ ପିଟ୍ବୁଲ୍ ମଧ୍ୟ କାର୍ଯ୍ୟ କରିଥିଲେ । ଏକା ସମୟରେ ସେ ଅନ୍ୟ କଳାକାରମାନଙ୍କ ପାଇଁ ଗୀତ ଲେଖିଥିଲେ ଏବଂ ନିଜର ଆଲବମ୍ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ବ୍ରିଟେନୀ ସ୍ପିୟରସ୍ଙ୍କ ପାଇଁ ଟିଲ୍ ଦ ୱାରଲ୍ଡ ଏଣ୍ଡସ୍। ୨୦୧୨ରେ ତାଙ୍କର ୨ୟ ଷ୍ଟୁଡ଼ିଓ ଆଲବମ୍ ୱାରିଅର୍ ମୁକ୍ତିଲାଭ କରିଥିଲା । ଏହାପରେ ଲଗାତାର ଆଠଟି ଆଲବମ୍ ସଫଳ ହୋଇଥିଲା । ତାଙ୍କର ଆଲବମ୍ ଟିକ୍ ଟକ୍ ସେତେବେଳେ ସବୁଠାରୁ ଅଧିକ ବିକ୍ରି ହୋଇଥିଲା ।[୭] ଏହି ଆଲବମ୍ଟି ସାରା ବିଶ୍ୱରେ ୧୬.୫ କୋଟିରୁ ଅଧିକ ବିକ୍ରି ହୋଇଥିଲା ।[୮][୯][୧୦]
୨୦୧୩ ମସିହାରୁ କେଶା ଏବଂ ତାଙ୍କର ପୂର୍ବତନ ପ୍ରଯୋଜକ ଡ. ଲୁକେଙ୍କର ଆଇନତଃ ବିବାଦ ଲାଗିରହିଛି । ଏହି ବିବାଦ ଉଭୟ କେଶା ଏବଂ ଲୁକେଙ୍କର ତରଫରୁ ରୁଜ୍ଜୁ ହୋଇଛି । କେଶା ଲୁକେଙ୍କ ଉପରେ ଶାରିରୀକ, ମାନସିକ ଏବଂ ଯୌନ ଅତ୍ୟାଚାର ସହ ପାଉଣାର ଭେଦଭାବ କରିବାର ଅଭିଯୋଗ କରିଥିଲେ ।[୧୧] ତେଣେ ଲୁକେ ମଧ୍ୟ କେଶାଙ୍କ ଉପରେ ଚୁକ୍ତିରେ ଖିଲାପ ଏବଂ ମାନହାନୀ ମୋକଦ୍ଦମା ଆଣିଥିଲେ ।[୧୨] ଏହି ମୋକଦ୍ଦମା ସମୟରେ କେଶା ମାତ୍ର କେବଳ ଗୋଟିଏ ଗୀତ ନିର୍ମାଣ କରିବାରେ ସଫଳ ହୋଇଥିଲେ ।[୧୩] ଏହାପରେ ସେ ୨୦୧୭ ମସିହାରେ ତାଙ୍କରୁ ତୃତୀୟ ଷ୍ଟୁଡ଼ିଓ ଆଲବମ୍ ନିର୍ମାଣ କରି ମୁକ୍ତିଲାଭ କରାଇଥିଲେ ।[୧୪] ଏହି ଆଲବମ୍ଟି ଥିଲା ରେନ୍ବୋ ।[୧୫][୧୬] ଏହି ଆଲବମ୍ଟିର ଶୀର୍ଷକ ଗୀତଟି ଏବଂ ପ୍ରେୟିଙ୍ଗ୍ ଗୀତଟି ଗ୍ରାମି ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।[୧୭]
କେଶା ଅନେକ ପୁରସ୍କାର ପାଇବା ସହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ୨୦୧୦ ମସିହାରେ ଏମ୍ଟିଭି ଇଉରୋପ୍ ସଙ୍ଗୀତ ପୁରସ୍କାରରେ ଶ୍ରେଷ୍ଠ କଳାକାର ପୁରସ୍କାର ପାଇଥିଲେ । ୨୦୧୩ ନଭେମ୍ବର ସୁଦ୍ଧା ତାଙ୍କର ଗୀତ ଯୁକ୍ତରାଷ୍ଟ୍ର ଆମେରିକାରେ ୬କୋଟି ପାଖାପାଖି ବିକ୍ରି ହୋଇଥିଲା ଏବଂ ସମଗ୍ର ବିଶ୍ୱରେ ୭.୬ କୋଟିରୁ ଅଧିକ ବିକ୍ରି ହୋଇଥିଲା ।[୧୮][୧୯]
ଆଧାର
[ସମ୍ପାଦନା]- ↑ Spanos, Brittany (August 24, 2017). "Kesha's Battle Cry of Many Colors". Rolling Stone (1294): 53. Retrieved November 16, 2017.
- ↑ Werde, Bill (February 19, 2010). "Kesha: The Billboard Cover Story". Billboard. Retrieved February 28, 2010.
- ↑ "Meet 'Tik Tok' Singer Ke$ha". Seventeen. Hearst Communications, Inc. ଜାନୁଆରୀ 11, 2010. Archived from the original on ଜାନୁଆରୀ 16, 2010. Retrieved ଜାନୁଆରୀ 16, 2010.
- ↑ Gordon, Sandra (November 25, 2009). "Breaking & Entering: Kesha". Billboard. Retrieved November 26, 2009.
- ↑ Mazzella, Alysia (ମାର୍ଚ୍ଚ 9, 2009). "Kesha: Crazy, Sexy & Too Fuckin' Cool". 21–7 Magazine. Archived from the original on ଫେବୃଆରୀ 22, 2011. Retrieved ନଭେମ୍ବର 9, 2009.
- ↑ Pietroluongo, Silvio (December 30, 2009). "Ke$ha Sets Female Download Record". Billboard. Retrieved March 3, 2012.[permanent dead link]
- ↑ "Tik Tok continues record-breaking run". Rolling Stone. February 12, 2010. Retrieved February 12, 2010.
- ↑ "Ke$ha's 'Warrior': The Billboard Cover Story". Billboard. September 14, 2009. Retrieved November 7, 2012.
- ↑ "IFPI publishes Digital Music Report 2011". Archived from the original on 2011-02-21. Retrieved 2018-04-10.
- ↑ Paul Grein (August 22, 2012). "Week Ending Aug. 19, 2012. Songs: Swift Makes Digital History". Yahoo! Music. Retrieved August 22, 2012.
- "The Nielsen Company & Billboard's 2010 Music Industry Report". Nielsen Company & Billboard. Business Wire. January 6, 2011. Retrieved September 29, 2012.
- ↑ Barbara Ross (February 20, 2016). "Kesha sobs as judge refuses to cancel contract with producer Dr. Luke who allegedly raped her in 2006". Daily News. New York.
- ↑ Goldstein, Jessica. "Judge Rejects All Of Kesha's Claims Against Dr. Luke". ThinkProgress. Archived from the original on April 12, 2016. Retrieved September 8, 2017.
- ↑ "Kesha gets role in 'Jane the Virgin'". xposé.ie. September 15, 2015. Retrieved December 1, 2016.
- ↑ Kaufman, Gil (July 6, 2017). "Kesha Returns With Emotionally Charged Single 'Praying': Watch the Video". Billboard. Retrieved July 6, 2017.
- ↑ Johnson, Zach (July 6, 2017). "Kesha Returns With "Praying," Her First Single in 4 Years". E! News. Retrieved July 6, 2017.
- ↑ Legaspi, Althea (July 6, 2017). "Kesha Previews First New Album in Five Years With Triumphant Song 'Praying'". Rolling Stone. Retrieved July 6, 2017.
- ↑ Weatherby, Taylor (August 1, 2017). "Kesha Announces North American Rainbow Tour, Her First Solo Trek Since 2013". Billboard. Retrieved August 1, 2017.
- ↑ Unknown (November 5, 2013). "International Music Superstar Pitbull To Host The 2013 American Music Awards on Sunday, November 24th at 8 p.m. ETPT on ABC". UBM pic. PR Newswire. p. 1. Retrieved December 3, 2013.
- ↑ Unknown (November 5, 2013). "International Music Superstar Pitbull To Host The "2013 American Music Awards®" on Sunday, November 24th At 8 PM ET/PT On ABC". CNBC. p. 1. Archived from the original on December 3, 2013. Retrieved December 3, 2013.
ବାହାର ଆଧାର
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ କେଶା